ଓଡ଼ିଶାରେ ଦୁର୍ବଳ ଥିବା ମୌସୁମୀ ବର୍ଷା ଜୁଲାଇ ୧ରୁ ପୁଣି ସକ୍ରିୟ ହେବାକୁ ଯାଉଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡିର ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୬୪.୫ ମି.ମି.ରୁ ୨୦୪.୪ ମି.ମି. ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ମୌସୁମୀ ବର୍ଷା ଜୁଲାଇ ୧ରୁ ପୁଣି ସକ୍ରିୟ ହେବ




