ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଓ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ (ISS 2.0) ଯୋଜନାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ

Advertisement

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଓ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ (ISS 2.0) ଯୋଜନାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି।

ଏହି ଯୋଜନାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮୯ଟି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଇତିମଧ୍ୟରେ ୧୦ଟି ପ୍ରକଳ୍ପର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ପ୍ରାୟ ୧.୧୦ କୋଟି ଘନମିଟର ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି ହୋଇଛି। ୧୩ଟି ଜିଲ୍ଲାରେ ଆଉ ୨୨ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।

କଳାହାଣ୍ଡି, ବଲାଙ୍ଗୀର, ଗଞ୍ଜାମ, ବରଗଡ଼, ଯାଜପୁର ଓ ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ସହ ଗ୍ରାମାଞ୍ଚଳରେ ଜଳ ଉପଲବ୍ଧତାକୁ ସୁଦୃଢ଼ କରିବ।

Advertisement

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ବର୍ଷା ଋତୁରେ ନଦୀରେ ପ୍ରବାହିତ ଜଳକୁ ସଂରକ୍ଷଣ କରି ଅଣମୌସୁମୀ ସମୟରେ କୃଷି ଓ ଅନ୍ୟାନ୍ୟ ଆବଶ୍ୟକତାରେ ଉପଯୋଗ କରାଯାଇପାରିବ। ଏଥିସହ ଭୂତଳ ଜଳସ୍ତର ବୃଦ୍ଧି, ପାନୀୟ ଜଳ ଉପଲବ୍ଧତା, ମତ୍ସ୍ୟଚାଷ ଓ ଗ୍ରାମୀଣ ଜୀବିକାର ବିକାଶରେ ଏହା ସହାୟକ ହେବ।

Leave a Reply

Your email address will not be published. Required fields are marked *