ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଅଟକ

Advertisement

ବୈଶିଙ୍ଗା: ବେତନଟୀ ଥାନା ଇଲାକାର ଜନୈକା ୩୯ବର୍ଷୀୟା ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ଯୌନାଙ୍ଗରେ ମଦବୋତଲ କିମ୍ବା କୌଣସି କଠିନ ଧାତବ ପଦାର୍ଥ ପୁରାଇବାରୁ ପ୍ରବଳ ରକ୍ତସ୍ରାବରେ ମୃତ୍ୟୁ ଘଟଣାରେ ବେତନଟୀ ପୁଲିସ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇ ଥିବାବେଳେ ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା ଜାରି ରଖିଛି l ଅଟକ ରହିଥିବା ପୁରୁଷବନ୍ଧୁ ଜଣକ ହେଉଛନ୍ତି ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଗରୁଡବସା ଗ୍ରାମର ଦାମୋଦର ମହାନ୍ତଙ୍କ ପୁଅ କଟି ଓରଫ ଜିତେନ୍ଦ୍ର ମହାନ୍ତ(୩୫) l

ଲୁଗା କିଣିବା ଲାଗି ଘରୁ ବାହାରି ଥିଲେ

ସୂଚନା ମୁତାବକ ଶୁକ୍ରବାର ସକାଳ ୧୦ଟା ପାଖାପାଖି ସମୟରେ ଲୁଗା କିଣିବା ପାଇଁ ପୀଡ଼ିତା ଘରୁ ବାହାରି ଆସିଥିଲେ l ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକେ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ପୀଡ଼ିତା ଆଦୌ ଫୋନ ରିସିଭ କରିନଥିଲେ l ଶେଷରେ ବିଳମ୍ବିତ ରାତି ପ୍ରାୟ ୧୨ଟା ପାଖାପାଖି ସମୟରେ ପୀଡ଼ିତା ବିବାହିତା ମହିଳାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁରୁଷବନ୍ଧୁ ଅଭିଯୁକ୍ତ କଟି ଓରଫ ଜିତେନ୍ଦ୍ର ଫୋନଯୋଗେ ପୀଡ଼ିତାଙ୍କ ଘରଲୋକଙ୍କୁ ଏ ବାବଦରେ ପ୍ରଥମେ ଖବର ଜଣାଇଥିଲେ l ସକାଳେ ଡାକ୍ତରଖାନା କର୍ତୃପକ୍ଷଙ୍କ ସୂଚନାକ୍ରମେ ପୁଲିସ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ପୀଡ଼ିତାଙ୍କ ସ୍ୱାମୀ ଏବଂ ଘରଲୋକ ମଧ୍ୟ ପହଞ୍ଚିଥିଲେ l

Advertisement

ପୀଡ଼ିତାଙ୍କ ମୃତଦେହର ପଞ୍ଚନାମା ସମୟରେ ପୀଡ଼ିତାଙ୍କ ଯୌନାଙ୍ଗରେ ଗଭୀର ଆଘାତଲାଗି ପ୍ରବଳ ରକ୍ତସ୍ରାବ ହୋଇଥିବାର ଦେଖିବାକୁ ପାଇଥିଲେ l ତେବେ ଅଭିଯୁକ୍ତ ଜିତେନ୍ଦ୍ର ହିଁ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ପୀଡ଼ିତାଙ୍କ ସ୍ୱାମୀ ଏତଲାରେ ଦର୍ଶାଇଛନ୍ତି l ଏନେଇ ବେତନଟୀ ଥାନା ଆଇଆଇସି କ୍ରିଷ୍ଣା ପିଙ୍ଗୁଆ ୨୭୨ନମ୍ବରରେ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଥିବା ବେଳେ ପୁରୁଷବନ୍ଧୁ କଟି ଓରଫ ଜିତେନ୍ଦ୍ରଙ୍କୁ ଅଟକରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *