ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ବିରୋଧରେ ଦାୟର କରାଯାଇଥିବା ଏକ ଆବେଦନର ତୁରନ୍ତ ଶୁଣାଣିକୁ ମଙ୍ଗଳବାର କୋଲକାତା ହାଇକୋର୍ଟ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ପ୍ରାୟ ୪୪୦ କୋଟି ଟଙ୍କା ରଖିଥିବା ତୃଣମୂଳ କଂଗ୍ରେସର ତିନୋଟି ବ୍ୟାଙ୍କ ଆକାଉଣ୍ଟର ଡେବିଟ୍ କାର୍ଯ୍ୟକୁ ଫ୍ରିଜ୍ କରାଯାଇଛି। ବିଦ୍ରୋହୀ ନେତା ରୀତାବ୍ରତ ବାନାର୍ଜୀଙ୍କ ସହ ମିଳିତ କିଛି ବିଧାୟକ ବିଧାନନଗର ପୁଲିସ କମିସନରେଟ ଅଧୀନରେ ଥିବା ସାଇବର କ୍ରାଇମ୍ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହାକୁ ଫ୍ରିଜ୍ କରାଯାଇଥିଲା । ଏହି ଅଭିଯୋଗରେ ଏକ ଏଫଆଇଆର ରୁଜୁ ଏବଂ ଆକାଉଣ୍ଟଗୁଡ଼ିକର ବିସ୍ତୃତ ତଦନ୍ତ ଦାବି କରାଯାଇଛି। ବିଧାୟକମାନେ ଆକାଉଣ୍ଟଗୁଡ଼ିକରେ ଜମା ହୋଇଥିବା ପାଣ୍ଠିର ଉତ୍ସ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କାରବାରର ତଦନ୍ତ କରିବାକୁ ଦାବି କରିଥିଲେ । ବିଧାୟକମାନେ ତଦନ୍ତକାରୀଙ୍କୁ ଏହା ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ ଯେ, ଏହି ପାଣ୍ଠି ଆଇନଗତ ଉତ୍ସରୁ ଆସିଛି ନା କଥିତ ବେଆଇନ କାର୍ଯ୍ୟକଳାପରୁ ଆସିଛି । ସେମାନେ ସନ୍ଦେହଜନକ କଟ-ମନି ସଂଗ୍ରହ, ଜନସାଧାରଣଙ୍କ ପାଇଁ ଆସିଥିବା ପାଣ୍ଠିର ଅନ୍ୟତ୍ର ବ୍ୟବହାର ଏବଂ ଘୋଟାଲାରୁ ଆୟ ସମ୍ପର୍କରେ ତଦନ୍ତ କରିବାକୁ ଦାବି କରିଛନ୍ତି ।
ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ବିରୋଧରେ ମମତାଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀର ଆବେଦନ




