ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଓ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା ଏବଂ ଉଦ୍ଧାରକାରୀ ବାହିନୀ ମୁତୟନ କରି ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

Advertisement

✅୧୮ଟି ପଞ୍ଚାୟତରୁ ୧୪୬ ଗର୍ଭବତୀ ମହିଳାଙ୍କ ସମେତ ମୋଟ ୨,୩୯୪ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

✅ସମସ୍ତ ୩୫ଟି ପକ୍କା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି ଏବଂ ସେଠାରେ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଓ ଔଷଧ ବ୍ୟବସ୍ଥା ହୋଇଛି।

✅ଜିଲ୍ଲାରେ ୨ଟି NDRF, ୧ଟି ODRAF ଏବଂ ୯ଟି ଅଗ୍ନିଶମ ବାହିନୀ ଟିମ୍ ପ୍ରସ୍ତୁତ ରହିଛନ୍ତି।

Advertisement

✅ରାସ୍ତା ସଫା ପାଇଁ ୩୭ଟି JCB ଏବଂ ୧୨ଟି ବ୍ଲକ୍‌ରେ ଜେନେରେଟର ଓ ପାଣି ଟ୍ୟାଙ୍କର ମହଜୁଦ ରହିଛି।

✅ଜିଲ୍ଲା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି ଓ ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁଛନ୍ତି।

Advertisement

Leave a Reply

Your email address will not be published. Required fields are marked *