ଐତିହାସିକ ବିଜୟ ପରେ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ଦେଶବ୍ୟାପୀ ଉତ୍ସବ ମନାଇବା ପାଇଁ ଗୋଟିଏ ଦିନ ଜାତୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦକ୍ଷିଣ ଆମେରିକୀୟ ଦେଶ ଏବେ ଉତ୍ସବ ମୁଖର ହୋଇପଡ଼ିଛି । ଫୁଟ୍ବଲ୍ ଇତିହାସରେ ଏହା ଅନ୍ୟତମ ବଡ଼ ବିପର୍ଯ୍ୟୟ ଭାବେ ଗଣାଯାଉଛି । ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଜର୍ମାନୀକୁ ହରାଇବା ପରେ ଇକ୍ୱେଡରରେ ମଧ୍ୟ ଜାତୀୟ ଛୁଟି ଘୋଷଣା ହୋଇଥିଲା । ‘ଆଜି ସମଗ୍ର ଦେଶ ଉତ୍ସବ ପାଳୁଛି । ଆମ ପରିଚୟର ଗଭୀରତମ ଅଂଶକୁ ଏହି ବିଜୟ ପ୍ରତିନିଧିତ୍ୱ କରୁଛି । ଏହା ଆମ ନଛୋଡ଼ବଦ୍ଧା ଚରିତ୍ର, ସାମର୍ଥ୍ୟ, ସଙ୍କଳ୍ପ ଓ ବିଶ୍ୱାସର ପ୍ରତୀକ’ ବୋଲି ରାଷ୍ଟ୍ରପତି ପେନା ପ୍ରକାଶ କରିଛନ୍ତି । ଏହି ବିଜୟ ଖେଳଠାରୁ ବି ବହୁ ଉର୍ଦ୍ଧ୍ୱରେ ବୋଲି ସେ ଅଭିହିତ କରିଛନ୍ତି । ଏଭଳି ଏକ ଚମକପ୍ରଦ ବିଜୟଠାରୁ ସରକାର କେବେ ଭିନ୍ନ ହୋଇପାରିବେ ନାହିଁ । ସମସ୍ତ ପାରାଗୁଏବାସୀଙ୍କ ପାଇଁ ଏହା ଐତିହାସିକ ବିଜୟର ଦିନ’ ବୋଲି ସେ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ଗତ ସପ୍ତାହରେ ଗ୍ରୁପ୍ ‘ଇ’ରେ ଜର୍ମାନୀକୁ ଇକ୍ୱେଡର୍ ୨-୧ ଗୋଲ୍ରେ ହରାଇବା ପରେ ଏହି ଦେଶର ରାଷ୍ଟ୍ରପତି ଡାନିଏଲ୍ ନୋବାଏ ମଧ୍ୟ ଜାତୀୟ ଛୁଟି ଘୋଷଣା କରିଥିଲେ । ଏହି ବିଜୟ ସହ ଇକ୍ୱେଡର୍ ମଧ୍ୟ ନକ୍ ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଥିଲା ।
ପାରାଗୁଏରେ ଜାତୀୟ ଛୁଟି ଘୋଷଣା




