ବୋହୂର ପନିକି ଚୋଟରେ ଶାଶୂ ଗୁରୁତର

Advertisement

ଭୋଗରାଇ: ପାରିବାରିକ କଳହର କରୁଣ ପରିଣତି। ଶାଶୂଙ୍କୁ ପନିକିରେ ହାଣିଲା ବୋହୂ, ଗୁରୁତର ଶାଶୂ କଟକ ସ୍ଥାନାନ୍ତର। ଅଭିଯୁକ୍ତ ବୋହୂଙ୍କୁ ଭୋଗରାଇ ଥାନା ପୁଲିସ ଅଟକ ରଖି ତଦନ୍ତ କରୁଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାଭୋଗରାଇ ଥାନା ଅଧୀନ ପଥରଘଟା ଗାଁରେ।

କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଏହି ଗାଁର ଶଙ୍କର ବାରିକଙ୍କ ସ୍ତ୍ରୀ ଶିବାନୀ ବାରିକ ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ହଠାତ ତାଙ୍କର ୬୫ ବର୍ଷୀୟା ବୃଦ୍ଧା ଶାଶୂଙ୍କୁ ପନିକିରେ ଆକ୍ରମଣ କରିଥିଲେ। ପନିକିରେ ବାରମ୍ବାର ଆକ୍ରମଣ କରିବାରୁ ଶାଶୂ ବେହୋସ ହୋଇ ପଡ଼ି ଯାଇଥିଲେ। ପରେ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବାଲେଶ୍ବର ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisement

ସ୍ୱାମୀଙ୍କ ଅଭିଯୋଗ ମୂଳେ ଭୋଗରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋହୂକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ତେବେ ଗତ ଚାରିବର୍ଷ ତଳେ ଶିବାନୀର ଶଙ୍କରଙ୍କ ସହିତ ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି। ବହୁ ଥର ପାରିବାରିକ ଅଶାନ୍ତିରେ ନ୍ୟାୟ ବସିଥିବା ବେଳେ ଆଜି ଏପରି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *