ଓଡ଼ିଶା ଏବଂ ଜାପାନର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ ।

Advertisement

ଓଡ଼ିଶା ଏବଂ ଜାପାନର ତୋତ୍ତୋରି ପ୍ରିଫେକ୍‌ଚର୍‌ (ରାଜ୍ୟ) ମଧ୍ୟରେ ଆଞ୍ଚଳିକ, ଆର୍ଥିକ, ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ଐତିହାସିକ ‘ମୈତ୍ରୀ ସମ୍ପର୍କ ଚୁକ୍ତି’ ସ୍ୱାକ୍ଷରିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତୋତ୍ତୋରି ପ୍ରିଫେକ୍‌ଚର୍‌’ର ଗଭର୍ଣ୍ଣର ଶ୍ରୀ ଶିଞ୍ଜୀ ହିରାଇଙ୍କ ଉପସ୍ଥିତିରେ ଏହି ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଫଳରେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବୈଦେଶିକ ନିଯୁକ୍ତି, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିନିଯୋଗ, କୌଶଳ ବିକାଶ ଏବଂ ପର୍ଯ୍ୟଟନର ବ୍ୟାପକ ବିକାଶ ପାଇଁ ନୂତନ ଦିଗ ଉନ୍ମୋଚିତ ହୋଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଥମ ବୁଝାମଣା ପତ୍ରଟି ‘ଷ୍ଟାର୍ଟଅପ୍ ଓଡ଼ିଶା’ ଏବଂ ତୋତ୍ତୋରି ପ୍ରିଫେକ୍‌ଚର୍‌ ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଉଭୟ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ, ନିବେଶକ ସଂଯୋଗ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସୁଦୃଢ଼ ସହଯୋଗିତା ଗଢ଼ିଉଠିବ। ଦ୍ୱିତୀୟ ବୁଝାମଣା ପତ୍ରଟି ଓଡ଼ିଶାର ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’, ତୋତ୍ତୋରି ପ୍ରିଫେକ୍‌ଚର୍‌ ଏବଂ ‘ନିହନ୍ ଏଜୁଟେକ୍’ ମଧ୍ୟରେ ସ୍ୱାକ୍ଷରିତ ହୋଇଛି, ଯାହା ଓଡ଼ିଶାର ଦକ୍ଷ ଯୁବଶକ୍ତି ପାଇଁ ଜାପାନରେ ବୈଦେଶିକ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବ।

Advertisement

Leave a Reply

Your email address will not be published. Required fields are marked *