ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି, ଜାଣନ୍ତୁ ପୁରୀକୁ କେଉଁ ରୁଟ୍‌ରେ ଆସିବେ

Advertisement

ସ୍ନାନଯାତ୍ରା ଦିନ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରିଛି ପୁଲିସ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଟୁରିଷ୍ଟ ଯାତ୍ରୀବାହୀ ବସଗୁଡିକ ମାଳତୀପାଟପୁରଠାରେ ପାର୍କିଂ କରିବେ । ସେହିପରି ଭୁବନେଶ୍ୱରୁ ଆସୁଥିବା ରୋଗୁଲାର ଯାତ୍ରୀବାହୀ ବସ୍‌ ଅଠରନଳା ଦେଇ ଡାକ୍ତରଖାନା ଛକ ଦେଇ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିବ । କୋଣାର୍କ ପଟୁ ଆସୁଥିବା ରେଗୁଲାର ଯାତ୍ରୀବାହୀ ବସ୍‌ଗୁଡିକ ବାଇଦାସନଗରଠୁ ମାଳତୀପାଟପୁର ଆରଓବି ଦେଇ ବାଟଗାଁ,ଅଠରନଳା,ଡାକ୍ତରଖାନଛକ ଦେଇ ବସ୍‌ଷ୍ଟାଣ୍ଡ ରେ ପହଞ୍ଚିବ, ଅନ୍ୟପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ରେଗୁଲାର ଯାତ୍ରୀବାହୀ ବସଗୁଡିକ ମଙ୍ଗଳାଘାଟ ଛକ ଦେଇ ବାଇପାସ୍‌ରେ ଆସି ହରେକୃଷ୍ଣପୁରଛକ ଦେଇ ଅଠରନଳା,ଡାକ୍ତରଖାନା ଛକ ଦେଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ । ସମସ୍ତ ଯାତ୍ରୀବାହୀ ବସ୍‌ଗୁଡିକ ବସ୍‌ଷ୍ଟାଣ୍ଡରୁ ଫେରିବାବେଳେ ମାଟିଆପଡ଼ା ଛକ ଦେଇ ଅଠରନଳା ଦେଇ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।

Advertisement

Leave a Reply

Your email address will not be published. Required fields are marked *